Unknown

ଅବସାଦ ବାଣୀ

ଶ୍ରୀ ଭିକାରୀ ଚରଣ ପଟ୍ଟନାୟକ

 

ନିବେଦନ

ରାଗ – ବଙ୍ଗଳା ଶ୍ରୀ

 

ବିଶ୍ୱବିଦ୍ୟାଳୟ ସୁଧୀ ଗଣଙ୍କୁ ମୁଁ

ଜଣାଇଛି କୃତଜ୍ଞତା ମୋହର,

ତାଙ୍କ ଏ ସମ୍ନାନ ପାଇଁ ମୁ ଅଯୋଗ୍ୟ

ଜାଣୁଛି ଏତିକି ସ୍ନେହ ତାଙ୍କର ।

 

ମୁହିଁ ଅତୀ ଦୀନ ମୋହଠାରୁ ହୀନ

କେତେ ଯେ ଦରିଦ୍ର ଗ୍ରାମ ଗ୍ରାମରେ,

ଗଡ଼ି ଯାଉଛନ୍ତି ସଢ଼ି ଯାଉଛନ୍ତି

ଝୁରି ଝୁରି କେତେ ପେଟ ଭୋକରେ ।

 

ଶୁଭ କି ଅଶୁଭ କ୍ଷଣେ ମୁଁ ନ ଜାଣେ

ତାଙ୍କ ସେବାରେ ମୋ ପଡ଼ିଲା ଦୃଷ୍ଟି,

ଏଣୁ ତେଣୁ ଭାବି ଲାଗିଗଲି ମୁହିଁ

ତାଙ୍କ ପାଇଁ କିଛି କରନ୍ତି ସୃଷ୍ଟି ।

 

ଗୋଟି ଗୋଟି କାମ ଗଢ଼ିଲା ବେଳକୁ

ମାଡ଼ିଗଲେ ସେ ଯେ କି ଆନନ୍ଦରେ,

ଶିଖି ତ ନଥିଲି କାହାକୁ ତୋଷିବା

କେ ଆସି ହାଣିଲେ ଚୋଟ ଚୋଟରେ ।

 

କାହାଗେ କହିବି କେ ଦୁଃଖ ଶୁଣିବ

ହତାଶରେ ବସି ଅଶୀ ବର୍ଷରେ,

କାନ୍ଦୁଛି, ମୋ କାନ୍ଦ ଶୁଣିଲେ ଗୁଣିବ

ମୋଠାରୁ ଅଭାଗା ନାହିଁ ଦେଶରେ ।

 

ରୋଦନ ଭିତରେ ଉପାଧି ଭୂଷଣ

ଭାସିଯିବ ସିନା ଆଖି ଲୁହରେ,

ଦାତାଙ୍କଠାରେ ମୁଁ ତୁଚ୍ଛା ୠଣୀ ହେଲି

ଅପବ୍ୟବହାର ତାଙ୍କ ସ୍ନେହରେ ।

 

ଅବସାଦ ବାଣୀ

ରାଗ – ଗଡ଼ମାଳିଆ

ଣାଅଶୀ ପୁରୀ ଅଶୀ ପଶିଲା

ରୋଗ ଘାରି ଦେଲା            ବଳ ହରିଗଲା

ଜାଣିଲି ମୁଁ ଯିବି, କାଳ ପୂରିଲା ।

ଯୁବା ଥିବାବେଳେ ଶୂଳ ରୋଗରେ

ଅସହ୍ୟ ଯନ୍ତ୍ରଣା            ମୋର ହରିନେଲେ

କିଏ ଜଣେ ଆସି ବୃଦ୍ଧ ବେଶରେ ।

ଲାଗିଲି କାମରେ ଯାହା ଦିଶିଲା

କେତେକାଳ କାମ            ପ୍ରେମେ ଭାସି ଭାସି

ପଛକୁ ଅଶାନ୍ତ ଆସି ଗ୍ରାସିଲା ।

ବସାଦରୁ ମୋ ରୋଗ ଏଥର

ବୁଝିଲି, ଭୋଗିଲି            ପୁଣି ବଞ୍ଚିଗଲି

ନଜାଣେ ବାସନା ବିଧାତାଙ୍କର ।

ଡାକୁଛି ପ୍ରଭୁଙ୍କୁ ଏବେ ଅନ୍ତରେ

ଏତେ ଦୁଃଖ ଦେଇ             ବାଞ୍ଛା ପୂରି ନାହିଁ

ଆଉ କି ରଖିଛ ପରା ଭାଗ୍ୟରେ ।

ରାଇଲ ଯେବେ ଯାହା ଯେତିକ

ସବୁ କଲି ତୁମ୍ଭ            ପ୍ରେରଣା ବଳରେ

ବୁଡ଼ାଉଛ ପୁଣି କିମ୍ପା ସେତିକ ।

ଟାଇଲ ତୁମ୍ଭେ ଯେବେ ଯହିଁରେ

ଖଟିଲିତ ମୁହିଁ            ତୁମ୍ଭରି ବଳରେ

ହଟାଉଛି ପୁଣି କିମ୍ପା ତହିଁରେ ।

ଲାବେଳେ ସବୁ କରାଉଥିଲ

କଲା କାମଯାକ            ଫୁଟିଲା ବେଳକୁ

ଗୋଟି ଗୋଟି କରି କିମ୍ପା ଭାଙ୍ଗିଲ ।

 

ଦୋଷ ଦିଏଁ ଏଣୁ ତେଣୁ ଯାହାଙ୍କୁ

କିନ୍ତୁ ବୁଝୁଥାଏଁ            ଆପଣା ମନରେ

ତୁମ୍ଭେ ଲଗାଇଛ ସିନା ତାହାଙ୍କୁ ।

୧୦

ଶେଷକୁ ଅଲୋଡ଼ା ଦରବ ଧରି

ପାଲଟି ଯିବାରୁ            ଅତି ଅଲୋଡ଼ା ମୁଁ

ଅଲୋଡ଼ା ସଙ୍ଗେବି ନହେଲି ସରି ।

୧୧

ଜାଣୁଛି ମୋ ରାଶି ନକ୍ଷେତ୍ର ଦୋଷ

ହିଂସା ବାଦ କିଛି            ନାହିଁ ତ କାହାରି

କିମ୍ପାଇଁ କରିବି କାଠାରେ ରୋଷ ।

୧୨

ତ ସବୁ ପ୍ରଭୁ ତୁମରି ଖେଳ

ଲୋଡ଼ା ନାହିଁ ଯେବେ      ଆଉ ମୋ ରହିବା

ବିଦାକର ବେଗେଁ ହେଲାଣି ବେଳ ।

 

୧୩

ଖିଲଣି ଏତେ କାଳ ବଞ୍ଚାଇ

କରି ନପାରିଲ            କିଛି କାହାପାଇଁ

ଆଉ ବା ବଞ୍ଚିବି ତୁଚ୍ଛା କିପାଇଁ ।

୧୪

ଞ୍ଚି ବଞ୍ଚି ଯାହା ଯେତେ ଦେଖିଛି

ବାଛି ବାଛି କିଛି            କିଛି ତା ଭିତରୁ

ମନ ଭୁଲାଇବା ପାଇଁ ଲେଖିଛି ।

୧୫

କେହି ଯେ ପଡ଼ିବେ ସେ ଆଶା ନାହିଁ

ଚଞ୍ଚଳ ମନକୁ            ଛନ୍ଦି ରଖିବାକୁ

ଲେଖିଛି ମୁଁ ଖାଲି ଆପଣା ପାଇଁ ।

୧୬

ଲା ପରେ ଘର ଝାଡ଼ିବା ବେଳେ

ଏଣେ ତେଣେ ଟିପା      ଟିପି ପଡ଼ିଥିବ

ଖୋଜିଲେ ସେସବୁ ମିଳିବ ହେଳେ ।

 

୧୭

ଢ଼ିବେ କି କେହି ଶୁଣିବେ ଯେବେ

ବସନ୍ତୁ କି ଅବା            ରୁଷନ୍ତୁ ସେ ପଛେ

ବୁଝିବି ମୋ ଶ୍ରମ ସଫଳ ତେବେ ।

୧୮

ଯେବେ ଯା ଦେଖିଛି ଯେଉଁ କ୍ଷେତ୍ରରେ

ଲେଖି ଯାଇଅଛି            ଫିଟାଇ ସେତିକ

ମେଲାଇ ଢାଙ୍କୁଣି ଖୋଲା ଚିତ୍ରରେ ।

୧୯

ଛାଡ଼ି ନାହିଁ ଗ୍ରାମ କୁଟୀର କନ୍ଦି

ଭିକାରୀ କୁଡ଼ିଆ            ପ୍ରମୋଦ ପଡ଼ିଆ

ରାଜ ପ୍ରସାଦର ଅନ୍ଧାରି ସନ୍ଧି ।

୨୦

ମ ଦେଶ ଦଶା ସମାଜ ଚିତ୍ର

ଯାହା ମୋ ଆଖିରେ      ପଡ଼ିଛି ଯେଭଳି

ଲେଖିଛି ଦେଖିବ କେଡ଼େ ବିଚିତ୍ର ।

 

୨୧

ରମ କ୍ଷେତ୍ରରେ ଆମରି ଗତି

ପଦେ ପଦେ ଲେଖା      ଅଛି ଯା ଶୁଣିଲେ

ତାତିଯିବ କେତେ କାହାର ମତି ।

୨୨

ମ ବହୁରୂପୀ ରୂପ ମାଧୁରୀ

ଅଳପ ବହୁତ            ରହିଛି ତହିଁରେ

କଥା ବେପାରୀଙ୍କ କଥା ଚୁତୁରୀ ।

୨୩

ରମ କରମ ସମାଜ ବିଧି

ଅଛି କାଣ୍ଡେ କାଣ୍ଡେ            ସବୁଥିରୁ ତହିଁ

ଗଲା କଣ ଭୂଆଷୁଣୀଙ୍କ ସିଧି ।

୨୪

ଲୁଚାଇ ନାହିଁ ମୁଁ ଆପଣା ଦୋଷ

ଘର କଥା କେତେ            ଦାଣ୍ଡରେ ବାଢ଼ିଛି

ଆପେ ପଢ଼ିଲେ ମୋ ବଢ଼ଇ ରୋଷ ।

 

୨୫

ହିଭଳି କେତେ କିସ ଟିପାରେ

ରହିଛି ମୁଁ ଜାଣେ            ଖୋଜିଲେ ମିଳିବ

ମନକୁ କାହାରି ନଲାଗି ପାରେ ।

୨୬

ତେ ବରଷ ଯା ଜୀବନ ଯାକ

ଯେତେ ଦେଖି ଦେଖି      ଘାରି ହୋଇଅଛି

ମଣୁଛି ଏ ମୋର କର୍ମ ବିପାକ ।

୨୭

ରିବା କ୍ଷମତା ନାହିଁ ତ ମୋର

ଜାରିବା କ୍ଷମତା            ଯାହାଙ୍କ ହାତରେ

ତାଙ୍କ ବୁଝାମଣା ବିଷମ ଘୋର ।

୨୮

ଦେଖି ଦେଖି ଖାଲି ବାଉଲା ହୋଇ

କେତେ କାହିଁ କିସ            ଟିପି ପକାଉଛି

ଜାଣୁଛି ଏ ମୋର ଝିଣିବା ଖୋଇ ।

 

୨୯

ଥାଏ ଗୁଣୀଙ୍କ ଖୁଣିବା ଦୋଷ

ଗୁଣୀ ହୋଇଥିଲେ            ଗୁଣ ଗାଇ ଗାଇ

କରିଥାନ୍ତି କେତେ କାହାକୁ ତୋଷ ।

୩୦

ଗୁଣ ନଥିବାରୁ ଜୁଣ ବଣରେ

ଧାଇଁ ଧାଇଁ ଝୁଣ୍ଟି            ଯେତେ ଯା ଦେଖିଛି

ଲେଖିଅଛି ମାତ୍ର ଦୁଇ ପଣରେ ।

୩୧

ଲେଖାଗୁଡ଼ା କେହି ପଢ଼ିବେ ଯେବେ

ସମାଜ ଭିତରି            ଭେଉ କିଛି କିଛି

ବୁଝିବେ ସହଜେ ହେଜିବେ ତେବେ ।

୩୨

କିନ୍ତୁ ଜାଣେ କେହି ପଢ଼ିବେ ନାହିଁ

ପଢ଼ିଲେ ଚିଡ଼ିବେ            କେହି ବା ହୁଡ଼ିବେ

ଭିଡ଼ିବେ ସେଗୁଡ଼ି ଯୋଡ଼ିବା ପାଇଁ ।

 

୩୩

ଗାଳିଦେବେ ପଢ଼ି କ୍ଷମତାଶାଳୀ

କିନ୍ତୁ ଖୁସିହେବେ            ପଢ଼ିଲେ ଗରିବେ

କେହି ନଶୁଣନ୍ତି ତାଙ୍କ ବୋବାଳି ।

୩୪

ନୋଡ଼ା ପଦାର୍ଥ ତାଙ୍କ ହାତରେ

କଉଡ଼ିଅ ହେବା            ବିଧାନ ଶୁଣିଲେ

ସେହି ଏକା ମାତି ଯିବେ ପ୍ରେମରେ ।

୩୫

କେତେ କି ଦରବ ଗଢ଼ି ଥୋଇବେ

ଆପଣା ହାତରୁ            ଝଡ଼ିବ କଉଡ଼ି

ଦେଖି ସେ ଆନନ୍ଦେ କେତେ ନାଚିବେ ।

୩୬

ମ ଦେଶ ଆମ ଗରିବଙ୍କର

ଦୀନଦଶା ଭାଳି            ପିଲାଟି ଦିନରୁ

ଘାଣ୍ଟି ହେଉଥିଲା ମନ ମୋହର ।

 

୩୭

ତାଙ୍କରି ସେବାରେ ଖଟିବାପାଇଁ

ବଡ଼ ହେଲା ପରେ            ମନ ଦମ୍ଭ କରି

ଲାଗି ଯାଇଥିଲି ଆସି ମୁଁ ଧାଇଁ ।

୩୮

ଥିଲି ଆଗେ କଉଡ଼ିଆ ଧନ୍ଦାରେ

ଧନକୁ ନ ଚାହିଁ            ମନକୁ ମନାଇ

ପଶିଗଲି ଆସି ଏହି ଛନ୍ଦାରେ ।

୩୯

ନ୍ଦି ହୋଇ ଏଥି କାଟିଲି ଦିନ,

ଭୋଗି ଅଙ୍ଗେ ଅଙ୍ଗେ      ବୁଝିଲି ହେଜିଲି

ଗରିବଙ୍କ ଦଶା କି ହୀନ ମାନ ।

୪୦

ହେବାରୁ ଗରିବ ତାଙ୍କ ସଙ୍ଗରେ,

ସହଜେ ବୁଝିଲି            କି ଦୁଃଖ ତାଙ୍କର

ଭୋଗି ଦୁଃଖ ଦଶା ନିଜ ଅଙ୍ଗରେ ।

 

୪୧

ତାଙ୍କ ପାଇଁ ବୁଝାମଣାତ ନାହିଁ,

ଧନ ଦଉଲତ କେ            କେତେ ବଢ଼ାନ୍ତି

ଯେ ଯେତେ ପାରନ୍ତି ତାଙ୍କୁ ଭଣ୍ଡାଇ ।

୪୨

ଡ଼ ଲୋକେ ବଡ଼ ବଡ଼ ତୁଣ୍ଡରେ

ଯେ ଯେତେ ଭାଷନ୍ତୁ      ଗରିବଙ୍କ କଥା

କଥାଟା ନ ପଶେ ବଡ଼ ମୁଣ୍ଡରେ ।

୪୩

ତୁଣ୍ଡ ବଚନରେ ବଢ଼ୁଛି ମୁଣ୍ଡ

ଗରିବଙ୍କ ଦଶା            ପାଲଟି ଦେଉଛି

ଅଧିକରୁ ବଳି ଅଧିକ ଗୁଣ୍ଡ ।

୪୪

ଡ଼ ଲୋକେ ବଡ଼ କଥାରେ ତୋଷ,

ତାଙ୍କ ମୁଣ୍ଡ ଗଢ଼ା            ଟାଣ ପାଷାଣରେ

ଗରିବଙ୍କର ତ ଯେତିକ ଦୋଷ ।

 

୪୫

କାମ ପାଇଁ କେହି ନୁହନ୍ତି ଦାୟୀ

ଲେଖାପଢ଼ା ଧାଡ଼ି            ଦୋରସ୍ତ ରହିଲେ

କାମକୁ କେ ଅବା ପଚାରେ କାହିଁ ।

୪୬

ରିବଙ୍କ କାମ ବାଛି ଆପଣେ

ଛାଡ଼ି ପାରୁ ନାହିଁ            ମାଡ଼ି ପାରୁ ନାହିଁ

ଣା ହେଉଛି ମୁଁ ଅନ୍ଧାରି ବଣେ ।

୪୭

ବାଘ, ସାପ, ଗୋଧି, ବିଲୁଆ ଯେତେ

ଏ ବଣକୁ ଖାଲି            ଘେରି ରହିଛନ୍ତି

କେ ତାଙ୍କୁ ସମ୍ଭାଳି ପାରିବ କେତେ ?

୪୮

ବିଷ ଦାନ୍ତ ଭରା ପାଟିକି ପାଟି,

ବୁଝି ସାରିଲିଣି            ବହୁ କାଳରୁ ମୁଁ

ଶେଷକୁ ଆପଣେ ଚାଟିବେ ମାଟି ।

 

୪୯

ମାଡ଼ି ବସିଥିଲି ଯେଡ଼େ ଆଶାରେ,

ଘଡ଼ି ଘଡ଼ି ଧକା            ଖାଇ ହେଲି ବକା

ଗାଇବି ସେ ଦୁଃଖ କେଉଁ ଭାଷାରେ ।

୫୦

ତେ ଘାଣ୍ଟି ହେଲି ଯାହାଙ୍କ ପାଇଁ,

ତାଙ୍କ ପାଇଁ କିଛି            କରି ନ ପାରିଲି

ମୋ ଭଳି ଅଭାଗା କେ ଆଉ ଥାଇ ?

୫୧

ଞ୍ଚିଲି ମୁଁ ହୀନମାନ ଜୀବନ,

ଗରିବଙ୍କ ସେବା            ହେଲା ତ ବିଫଳ

ଆଉ ବଞ୍ଚିବାଟି ମୋ ଅକାରଣ ।

୫୨

ବେ ତ ବୁଝୁଛି କରିଛି ଭ୍ରମ,

ଦୁଃଖ ଭୋଗି ମନ            ସୁଖ ନ ପାଇଲି

ବୃଥା ହେଲା ମୋର ସକଳ ଶ୍ରମ ।

 

୫୩

ଲା ବେଳ ଯାଏଁ ପଡ଼ିବ ମନେ,

ଭ୍ରମ ସୁଧାରିବା            ବେଳ ଆଉ ନାହିଁ

ଭାଳି ଭାଳି ଭାସି ଯିବି ଗୋପନେ ।

୫୪

ଭୁଲି ପାରୁ ନାହିଁ ଭୋଗିଛି ଯେତେ,

ବାଣୀ ଶୁଣି ଏବେ            ଜାଣି ପାରୁ ନାହିଁ

କେଉଁ ଦୁଃଖୀ ଦୁଃଖ କମିଲା କେତେ ।

୫୫

ହି ହେଉଅଛି ଦେଖି ଅନ୍ତର

ସହି ହେଉ ନାହିଁ            କହି ହେଉ ନାହିଁ

ଚାହିଁ ଚାହିଁ ରହିଅଛି ମାତର ।

୫୬

ହେଲା କାମ ମୋର ଥିଲା ବେଳରୁ

ପୋଲା ହେଲାଣି ଯା            ରହି ନ ପାରିବ

ବୁଡ଼ିଯିବ ଗଲା ପରେ ମୂଳରୁ ।

 

୫୭

ହିଲି ମୁଁ ଖାଲି ସହିବା ପାଇଁ,

ତୁଚ୍ଛା ସହି ସହି            କି କରି ପାରିବି

କରିବା ବଳ ତ ତିଳେ ମୋ ନାହିଁ ।

୫୮

ବେଇ ଖବେଇ ହୋଇ ମନରେ,

ଗାଳି ପକାଇଲି            ଗରିବଙ୍କ ପାଇଁ

ଜାକି ରଖିଥିଲି ଯାହା ପେଟରେ ।

୫୯

କିଥିକୁଁ କି ହେଲୁଂ କେଉଁ ଦୋଷରେ

ଜାତି ମତି ଗତି            ଦେଶ ପରିସ୍ଥିତି

କେ ଜାଣି କି ହେବ ପରା ଶେଷରେ ।

୬୦

ଳାଥିଲା ଆମ ଜାତିର ଟାଣ,

କଳାକୁ ଉଡ଼ାଇ            ଭେଳା ବୁଡ଼ାଇଲୁଁ

ଭାଳି ଭାଳି ଏବେ ବ୍ୟାକୁଳ ପ୍ରାଣ ।

 

୬୧

ର୍ମ ଥିଲା ସିନା ଜାତି ଶକତି,

ଧର୍ମକୁ ପାଶୋରି            ହୋଇ ହତଶିରୀ

ଘଟିଲାଣି ଏବେ କି ଅଧୋଗତି ।

୬୨

ଗାନ୍ଧି ମହାତ୍ମାଙ୍କ ନୀତି ନାମରେ,

କେତେ କି ଅନୀତି            ଘୋଟି ଯାଉଅଛି

କେହି କେବେ ଭାବୁ ଥାଇଁ କି ଥରେ ?

୬୩

ଜାତି ଉଠାଇବା ବୋଲି ତୁଣ୍ଡରେ,

ଶୁଣି ଶୁଣି ମୁଣ୍ଡ            ଉଣ୍ଡି ବା ଭିଆଣ

ପଣ୍ଡ ହେବା ଦେଖି ସବୁ ଦାଣ୍ଡରେ

୬୪

ଳକଳ ବୋଲି ଯେତେ ବିକଳ,

ଘରେ ହାତବଳ            ଆଗେ ନ ସଜାଡ଼ି

ଅକଳ କରିବା ବୁଦ୍ଧି ସକଳ ।

 

୬୫

ଜାଣିବା ଜନେ ତ ହେଲେଣି ପଶୁ,

ଅଜଣା ଜନଙ୍କୁ            କାହୁଁ ଟାଣି ଆଣି

ତାଙ୍କରି କଥାରେ ଭ୍ରମରେ ରସୁଁ ।

୬୬

ଛି କିଛି କିଛି ସବୁ ଟିପାରେ,

ଖୋଜିଲେତ କେହି            ମିଳିବ ସଜରେ

ନ ଖୋଜିଲେ ହଜି ଯିବ ଅନ୍ଧାରେ ।

୬୭

ମୋ କଲା କାମର ଦଶାକୁ ଚାହିଁ,

କେମନ୍ତେ ବା କାହୁଁ            କରିବି ପରତେ

ମୋ ଟିପାକୁ କେହି ଲୋଡ଼ିବେ କାହିଁ ।

୬୮

ମୋହରି ଭାଇଙ୍କ ଠାରେ ମୁଁ ପର,

ଥାଉଁ ଥାଉଁ ଏବେ            ଯେତେ ହରବର

କା ଠାରୁ ଖୋଜିବି କେଉଁ ଆଦର ?

 

୬୯

ଥିଲାବେଳେ ଭଲା ହେଲା ଏ ଭଳି,

ଆଶା ତୁଟି ନାହିଁ            ମଲାପରେ ହେଲେ

ମତି ଗତି କାଳେ ଯିବ ବଦଳି ।

୭୦

କାମଯାକ ଯାହା ଖଣ୍ଡିଆ କରି,

ଛାଡ଼ିଯିବି ତାକୁ            ପୋଡ଼ି ନ ପକାନ୍ତୁ

ଏତିକି ମାଗୁଣି ଖାଲି ମୋହରି ।

୭୧

ବିଚାରି କାମର ଆଗ ପଛକୁ,

ବୁଝନ୍ତୁ ଲୋଡ଼ା ସେ            ହେବକି ନ ହେବ

ଆମ ଗରିବଙ୍କ ପାଇଁ କେବକୁ ।

୭୨

ବାପା ଅଜାଙ୍କର ଶିଳ୍ପ ଶକତି,

ଲୁଚି ଲୁଚି ଅଛି            ଜାତି ରକତରେ

ଫୁଟିବ ଫେରିଲେ ଆମରି ମତି ।

 

୭୩

ତି ଅଳପକେ ଉଠିବ ମାତି,

କଳବଳ ବଳି            ଉଠିବ ଫଉଳି

ହଟାଇ ପାରିବ କାହାର ଛାତି ।

୭୪

ଦେଖିଲେ ବୁଝିବା ସେହି କାଳରେ,

ଜିଣିବା କି ନାହିଁ            ପର କଳ ସଙ୍ଗେ

ଆମ ବଳ କସା କସି ଫଳରେ ।

୭୫

ମରି ହାତରେ ରହିଛି ବଳ

କଳ ଲୋଡ଼ା ବେଳ            ପଡ଼ିଲେ ଗଢ଼ିବ

ବଳେ ଆମ ହାତ ଆମରି କଳ ।

୭୬

ସେକଳ ଶୁଣିବ ବୋଲି ଆମର

ସାଉଣ୍ଟା ପଦାର୍ଥ            ଅଇଁଠା ପତର

ଭୋକ ଥିବା ଜାତି ଯିବ ମାତର ।

 

୭୭

ଳିଯୁଗ ସତ ଆସୁଛି ମାଡ଼ି

ବେଳ ହେବ କଳ            ନ ହେଲେ ନ ହେବ

କିଛି ନ ଚଳିବ କଳକୁ ଛାଡ଼ି ।

୭୮

ହେଜ ସେ ବେଳକୁ ଏହି କାଳରୁ

ତଳ ପାହାଚରୁ            ଉଠିବା କୌଶଳ

ପାଶୋରି ନ ହୁଅ ଭୋଳ ମୂଳରୁ ।

୭୯

ହୁକାଳ ହାତ ଥିବାରୁ ବନ୍ଧା

ଅଚଳ ହୋଇ ସେ            ମାନ୍ଦା ପଡ଼ିଅଛି

ଖେଜାଇବା ପାଇଁ ନ ପାଇ ଫନ୍ଦା ।

୮୦

କୋଟି କୋଟି ଟଙ୍କା ଉଡୁଛି ଏବେ

ଫନ୍ଦା ଖଞ୍ଜି ହେଲା            କେତୋଟି ହାତକୁ

ସେତିକି କି କେହି ଗଣୁଛି କେବେ ?

 

୮୧

ହାତ ଯେତେ ଆମ ଗ୍ରାମ ଗ୍ରାମରେ

ସେ ହାତ ଚଳିଲେ            କଳ କି ବଳିବ

ଝାଉଁଳି ପଡ଼ିବ ହାତ ବଳରେ ।

୮୨

ହାତ ଖଟାଇବା ବାଟଟି ହୁଡ଼ି

ଟଙ୍କା ଉଡ଼ାଇବା            ବାଟରେ ପଡ଼ିଲେ

ଶୂନ୍ୟେ ଶୂନ୍ୟେ ଟଙ୍କା ଯିବିଟି ଉଡ଼ି ।

୮୩

ମରି ଟଙ୍କା ସେ ଆମରି ପାଇଁ

କେମନ୍ତେ ଖଟିବ            ଆମରି ହିତକୁ

ସେତିକ କି କେହି ଖୋଜିବା ନାହିଁ ।

୮୪

ଚାହିଁ ଚାହିଁ ଶେଷେ କାଗଜ ସଫା

ପଢ଼ିବା ଝୁରିବା            ଟଙ୍କା ତ ନଥିବ

ସଫା କାଗଜର ତଳକୁ ଫମ୍ପା ।

 

୮୫

ହାତ୍ମା ଗାନ୍ଧିଙ୍କନାମ ବଳରେ

ବଡ ଯେ ଯେତିକ            କେତେ ଗୁଣୁଛନ୍ତି

କିଥିଲା ଭାବନା ତାଙ୍କ ମନରେ ।

୮୬

ମୂଳ ଧରି ଥିଲେ ସେତ ଗ୍ରାମକୁ

ଭାବିତ ନଥିଲେ            ତାଙ୍କ ଅନ୍ତେ ଏତେ

ଫନ୍ଦି ଛନ୍ଦି ଦେବ ତାଙ୍କ କାମକୁ

୮୭

କେଜାଣେ ଏମନ୍ତେ ଟଙ୍କା ଝଡ଼ିବ

ଟଙ୍କା ଗୁଡ଼ା କେତେ            ବଙ୍କା ବାଟଧରି

ପଡନ୍ତି ଆଡ଼କୁ ଆପେ ଗଡ଼ିବ ।

୮୮

ଗ୍ରାମ ଗଠନରେ ଖଟିବା ଲାଗି

ଯୋଗା ଜନ କେହି            ଠାକି ନ ପାରିବେ

ହେବେ ଯେବେ ସ୍ୱାର୍ଥହୀନ କି ତ୍ୟାଗୀ ।

 

୮୯

ତୁ ପ୍ରଭାବରେ ଜନ ହିତରେ

ମିଳି ସାରିଲାଣି            ଯେ କୂଟ କପଟ

ଗ୍ରାମହିତ ରହିଯିବ ଗୀତରେ ।

୯୦

କାମ କରିବାରେ ବିପତ୍ତି ଯେତେ

ନ କଲା ପଣ୍ଡିତେ            ସହି ନ ପାରିବେ

ଭାଙ୍ଗିବା ଭିଆଣ ଖଞ୍ଜିବେ କେତେ ।

୯୧

ଯିବା ବେଳ ହେଲା ମୁଁ ଯିବି ଚାଲି

ଦୋଷ ଦେଉ ନାହିଁ            କାହାରିକୁ ମୁହିଁ

ଚେତା ରଖିବାକୁ କହୁଛି ଖାଲି

୯୨

ରିବା ଆଗରୁ ମରମ କଥା

ପଦେ ଅଧେ ଖାଲି            କହି ପକାଇଲି

ମାରିବା ପାଇଁକି ମନର ବ୍ୟଥା ।

 

୯୩

ତିକ ବି କେହି ଶୁଣିବେ ନାହିଁ

ସେତିକି ଜାଣୁଛି ତେବେ ବି ଗାଉଛି

ଗରିବ ଭାଇଙ୍କ ମୁହଁକୁ ଚାହିଁ ।

୯୪

ଧିକ ଋଣୀ ମୁଁ ତାଙ୍କରି ଠାରେ

କେହି ପୋକ ପାଳି            କେ ଘାଣ୍ଟି ଅଳିଆ

ମାତି ଯାଇଥିଲେ ମୋହ କଥାରେ ।

୯୫

ମାଆ ଭଉଣୀଙ୍କ ଠାରୁ ମୁଁ ଦୋଷୀ

କେତେ ଖଟାଇଛି            କାହାକୁ କାହିଁରେ

କ୍ଷମା ମାଗୁଅଛି ମୋ ଦୋଷ ଘୋଷି ।

୯୬

ବୂଢ଼ା, ଅଜା, ଆଈ, ନାତୁଣୀ, ନାତି

ନଣ୍ଡି ଝାଡ଼ୁଥିଲେ            ପୋକଙ୍କ ଡାଲାରୁ

ରାତି ନ ପାହୁଣୁ ଆନନ୍ଦେ ମାତି ।

 

୯୭

ଣ୍ଡି ପାଟି ଉଠୁଥିଲା ଯେ ଭଳି

କେତେ ଦୁଃଖୀ-ରଙ୍କୀ      ଘରେ ଘରେ ବସି

ଟଙ୍କା ଗଣୁ ଥାନ୍ତେ ଥଳି କି ଥଳି ।

୯୮

କିଏ କାଢ଼ି କିଆ ପତର କଣ୍ଟା

କାଇଞ୍ଚ ଖୋଳପା            ଛଡ଼ାଇ ଛଡ଼ାଇ

ଲାଗି ଯାଉଥିଲା କାହାର ଅଣ୍ଟା ।

୯୯

ଝୁଏ ପୁଏ ପାଠ ପଢ଼ା ସଙ୍ଗରେ

ମୋହ ବୋଲି ମାନି            ଲାଗି ପଡ଼ିଥିଲେ

ଭଳି ଭଳି କେତେ ହାତ କାମରେ ।

୧୦୦

କ୍ଷମା କର ମୋର ଦୋଷ ସକଳେ

ପ୍ରଭୁଙ୍କୁ ସୁମରି      ଲାଗିଯା କାମରେ

ସବୁ ଦୁଃଖ ହଟି ଯିବ ଟି ବଳେ ।